ଆଜିର ରାଶିଫଳ: ଦିନଟି କେଉଁ ରାଶି ପାଇଁ ଶୁଭ ରହିବ ଏବଂ କାହାକୁ ସତର୍କ ରହିବାକୁ ପଡ଼ିବ? କାହାର କର୍ମକ୍ଷେତ୍ରରେ ମିଳିବ ସଫଳତା, ଆଉ କାହାର ପାରିବାରିକ ଜୀବନରେ ଫେରିବ ସୁଖଶାନ୍ତି? ଆସନ୍ତୁ ଜାଣିବା ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଆଜିର ଭାଗ୍ୟଫଳ, ଶୁଭ ରଙ୍ଗ, ଶୁଭ ସଂଖ୍ୟା ଓ ପ୍ରତିକାର।
ମେଷ
ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଓ ଅଯଥା ଖର୍ଚ୍ଚ ବଢ଼ିପାରେ। ନିକଟ ସମ୍ପର୍କୀୟଙ୍କଠାରୁ ସହଯୋଗ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହାୟତା ମିଳିପାରେ। ଆର୍ଥିକ ସ୍ଥିତିରେ ବିଶେଷ ପରିବର୍ତ୍ତନ ନ ହେବାରୁ ମନ ଅଶାନ୍ତ ରହିପାରେ। ସଭାସମିତିରେ ଆପଣଙ୍କ ମତାମତକୁ ଗୁରୁତ୍ୱ ମିଳିବ।
ଶୁଭ ରଙ୍ଗ: ଲାଲ୍ | ଶୁଭ ସଂଖ୍ୟା: ୯
ପ୍ରତିକାର: ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ।
ବୃଷ
ବ୍ୟବସାୟ କ୍ଷେତ୍ରରେ ଭାଗ୍ୟର ସହଯୋଗ ମିଳିପାରେ। ରାଜନୀତିରେ ଆପଣଙ୍କ ମହତ୍ତ୍ୱାକାଂକ୍ଷା ପୂରଣ ହେବାର ସମ୍ଭାବନା ରହିଛି। ପିଲାମାନଙ୍କୁ ନେଇ କିଛି ଦ୍ୱନ୍ଦ୍ୱ ଦେଖାଦେଇପାରେ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ଅନ୍ୟଙ୍କ ଭଲ କରିବାକୁ ଯାଇ ଅପମାନିତ ହେବାର ଆଶଙ୍କା ରହିଛି।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୬
ପ୍ରତିକାର:ମା’ କଟକଚଣ୍ଡୀଙ୍କ ମନ୍ତ୍ର ପାଠ କରନ୍ତୁ।
ମିଥୁନ
ଆଜି ଭାଇଭଉଣୀଙ୍କ ସହ ରହିଥିବା ମନୋମାଳିନ୍ୟ ଦୂର ହୋଇପାରେ। ଆଶା କରିଥିବା ଖବର ପାଇ ମନ ଖୁସି ହେବ। ପଡ଼ୋଶୀ ଓ କୁଟୁମ୍ବଙ୍କ ସହ ଲାଗିରହିଥିବା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି। ଜମିଜମା ସମ୍ପର୍କିତ ସମସ୍ୟାରେ ଆଶ୍ୱସ୍ତି ମିଳିପାରେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।
ଶୁଭ ରଙ୍ଗ: ସବୁଜ | ଶୁଭ ସଂଖ୍ୟା: ୫
ପ୍ରତିକାର: ତ୍ରିପୁରା ସୁନ୍ଦରୀଙ୍କ ଉପାସନା କରନ୍ତୁ।
କର୍କଟ
ବ୍ୟବସାୟରେ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି। ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନରେ ମତଭେଦ ଦୂର କରିବାରେ ବନ୍ଧୁଙ୍କ ସହଯୋଗ ମିଳିପାରେ। ସଭାସମିତି ଓ ସାଂଗଠନିକ କାର୍ଯ୍ୟରେ ଆପଣ ପ୍ରଶଂସା ପାଇବେ।
ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୨
ପ୍ରତିକାର: ମାଛଙ୍କୁ ଖାଦ୍ୟ ଦିଅନ୍ତୁ।
ସିଂହ
ପରିବାରରେ ଆପଣଙ୍କ ପ୍ରାଧାନ୍ୟ ବଢ଼ିପାରେ। ବୟସ୍କ ଓ ଅସହାୟ ଲୋକଙ୍କୁ ସହଯୋଗ କରିବାର ସୁଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ନିଜ ଲୋକଙ୍କ ସମର୍ଥନ ବଢ଼ିବାରୁ ମନୋବଳ ବୃଦ୍ଧି ପାଇବ। ଓକିଲାତି ଓ ପରିଚାଳନା କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିମାନେ ସମ୍ମାନ ପାଇପାରନ୍ତି।
ଶୁଭ ରଙ୍ଗ:ନାରଙ୍ଗୀ | ଶୁଭ ସଂଖ୍ୟା: ୧
ପ୍ରତିକାର: ଶ୍ରୀବିଷ୍ଣୁଙ୍କ ଉପାସନା କରନ୍ତୁ।
କନ୍ୟା
ଆଜି ଅର୍ଥ ଓ ସମ୍ମାନର ଅଭାବ ରହିବ ନାହିଁ। ଦୀର୍ଘଦିନ ଧରି ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ। ନୂଆ ବନ୍ଧୁତ୍ୱ ସୃଷ୍ଟି ହେବାର ଯୋଗ ରହିଛି। କର୍ତ୍ତବ୍ୟନିଷ୍ଠା ପାଇଁ ଅନ୍ୟମାନଙ୍କ ଆଦର ପାଇବେ। ରାଜନୈତିକ ଆଲୋଚନାରେ ଶୁଭଫଳ ମିଳିପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ଶୁଭ ରଙ୍ଗ:ସବୁଜ | ଶୁଭ ସଂଖ୍ୟା: ୫
ପ୍ରତିକାର: ସର୍ବକାର୍ଯ୍ୟ ସିଦ୍ଧି ପାଇଁ ଇଷ୍ଟଦେବତାଙ୍କ ଉପାସନା କରନ୍ତୁ।
ତୁଳା
ପାରିବାରିକ ଜୀବନରେ ସୁଖଶାନ୍ତି ଫେରିଆସିବ। ବ୍ୟବସାୟର ସ୍ଥିତି ମଜଭୁତ ହୋଇପାରେ। କାରବାରରେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ତେବେ ରାଜନୀତି କ୍ଷେତ୍ରରେ ଚାପ ଯୋଗୁଁ ମାନସିକ କ୍ଲାନ୍ତି ଅନୁଭବ କରିପାରନ୍ତି।
ଶୁଭ ରଙ୍ଗ:ଧଳା | ଶୁଭ ସଂଖ୍ୟା: ୬
ପ୍ରତିକାର:ପର୍ଶୁରାମଙ୍କ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ।
ବିଛା
ଜୀବନସାଥୀଙ୍କ ସଫଳତା ଓ ଭଲ ବ୍ୟବହାର ଆପଣଙ୍କ ମନକୁ ଖୁସି କରିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିପାରେ। ଶିକ୍ଷା ଓ କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ତେଣୁ ନିଜ ପ୍ରୟାସ ଜାରି ରଖନ୍ତୁ। ଆର୍ଥିକ ସ୍ଥିତିରେ ବିଶେଷ ପରିବର୍ତ୍ତନ ନ ହେବାରୁ ମନ କିଛିଟା ଅଶାନ୍ତ ରହିପାରେ।
ଶୁଭ ରଙ୍ଗ:ଲାଲ୍ | ଶୁଭ ସଂଖ୍ୟା: ୯
ପ୍ରତିକାର: ମା’ ବଗଳାମୁଖୀଙ୍କ ପୂଜାର୍ଚ୍ଚନା କରନ୍ତୁ।
ଧନୁ
ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ଦେଖାଦେଇପାରେ। ସାମ୍ବାଦିକମାନେ ନିଜ ଉଦ୍ଦେଶ୍ୟ ପୂରଣ କରିବାରେ ସଫଳ ହୋଇପାରନ୍ତି। ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ଆହୁରି ନିବିଡ଼ ହେବ। କୌଣସି ବିବାଦୀୟ ପରିସ୍ଥିତିରେ ଧୈର୍ଯ୍ୟ ଓ ବୁଝାମଣାର ସହ କଥା କହିଲେ ପରିବେଶ ସ୍ୱାଭାବିକ ହୋଇପାରେ।
ଶୁଭ ରଙ୍ଗ: ହଳଦିଆ | ଶୁଭ ସଂଖ୍ୟା: ୩
ପ୍ରତିକାର: ଶ୍ରୀରାମ ରକ୍ଷାସ୍ତୋତ୍ର ପାଠ କରନ୍ତୁ।
ମକର
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସା ପାଇବେ। ନୂଆ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି, ଯାହା ଭବିଷ୍ୟତରେ ସଫଳତା ଆଣିପାରେ। ବ୍ୟବସାୟରେ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି। ଜମିଜମା କିଣିବା ପାଇଁ ଯୋଜନା କରିପାରନ୍ତି। ନିଜ ବିବେକ ଓ ଚତୁରତା ବଳରେ ପ୍ରତିକୂଳ ପରିସ୍ଥିତିର ସମାଧାନ କରିପାରିବେ।
ଶୁଭ ରଙ୍ଗ: ନୀଳ | ଶୁଭ ସଂଖ୍ୟା: ୮
ପ୍ରତିକାର: ମା’ ମଙ୍ଗଳାଙ୍କ ପୂଜା କରି ମନ୍ତ୍ର ପାଠ କରନ୍ତୁ।
କୁମ୍ଭ
ଆଜି ଜୀବନସାଥୀଙ୍କଠାରୁ ପର୍ଯ୍ୟାପ୍ତ ସହଯୋଗ ମିଳିପାରେ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। କାର୍ଯ୍ୟାଳୟରେ ଲାଗିରହିଥିବା ଅବ୍ୟବସ୍ଥାର ସମାଧାନ ହୋଇପାରେ। ତେବେ ଆଇନଗତ ମାମଲାରେ ଅଯଥା ଖର୍ଚ୍ଚାନ୍ତ ହେବାର ଆଶଙ୍କା ରହିଛି। ଯାନବାହନ କିଣିବା ପାଇଁ ସୁଯୋଗ ମିଳିପାରେ।
ଶୁଭ ରଙ୍ଗ:ନୀଳ | ଶୁଭ ସଂଖ୍ୟା: ୮
ପ୍ରତିକାର: ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ।
ମୀନ
ଆଜି ଆପଣଙ୍କ ମନ ପ୍ରସନ୍ନ ରହିପାରେ। କର୍ମକ୍ଷେତ୍ରରେ କଷ୍ଟସାଧ୍ୟ କାମକୁ ମଧ୍ୟ ପରିଶ୍ରମ ବଳରେ ସମ୍ପୂର୍ଣ୍ଣ କରିବେ। ପ୍ରେମ ସମ୍ପର୍କ ଭଲ ରହିବ। ଆର୍ଥିକ ସହଯୋଗ ମିଳିବାରୁ କାର୍ଯ୍ୟାଳୟର କାମ ସୁରୁଖୁରୁରେ ସମ୍ପନ୍ନ ହୋଇପାରେ। କୌଣସି ଭଲ ଖବର ମନକୁ ଖୁସି କରିବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ମିଳିପାରେ।
ଶୁଭ ରଙ୍ଗ: ହଳଦିଆ | ଶୁଭ ସଂଖ୍ୟା: ୩
ପ୍ରତିକାର: ବୃହସ୍ପତିଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ।


